ପ୍ରିନ୍ସ ଓ୍ବିଲିୟମ୍‌ଙ୍କୁ ମିଳିଲା ନୂଆ ରାଜକୀୟ ପଦ

ଲଣ୍ଡନ,୨୭।୧: ବ୍ରିଟେନର ମହାରାଣୀ ଏଲିଜାବେଥ ତାଙ୍କ ବଡ଼ ନାତି ପ୍ରିନ୍ସ ଓ୍ବିଲିୟମ୍‌ଙ୍କୁ ଏକ ନୂଆ ରାଜକୀୟ ଉପାଧିରେ ପୁରସ୍କୃତ କରିଛନ୍ତି। ନିକଟରେ ସସେ୍‌କ୍ସର ଡ୍ୟୁକ ଓ ଡଚେସ୍‌ ପ୍ରିନ୍ସ ହ୍ୟାରୀ ଓ ମେଘାନ ମାର୍କେଲ ରାଜ ପରିବାରରେ ନିଜର ଭବିଷ୍ୟତକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜପଦ ଛାଡିବା ନେଇ ହ୍ୟାରୀ ଓ ମେଘାନ ନିଜ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଥିଲେ। ଏହାପରେ ଶନିବାର ପ୍ରିନ୍ସ ଓ୍ବିଲିୟମ୍‌ଙ୍କୁ ସ୍କଟଲାଣ୍ଡର ଚର୍ଚ୍ଚରେ ଜେନେରାଲ ଆସେମ୍ଲିରେ ନୂଆ ଲର୍ଡ ହାଇ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ପଦ ସହ ଓ୍ବିଲିୟମ୍‌ ସ୍କଟଲାଣ୍ଟ ଚର୍ଚ୍ଚରେ ବ୍ରିଟିଶ ରାଜତନ୍ତ୍ରର ପ୍ରତିନିଧିତ୍ୱ କରିବେ।

Share