ପ୍ରିନ୍ସ ହ୍ୟାରୀ ଆଉ ବ୍ୟବହାର କରିପାରିବେ ନାହିଁ ରାଜକୀୟ ଉପାଧି

ଲଣ୍ଡନ,୧୯।୧: ବ୍ରିଟେନର ରାଜ ପରିବାର ଛାଡିବାକୁ ନିଷ୍ପତ୍ତି ନେଇଥିବା ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ଏଣିକି ଆଉ ରାଜକୀୟ ଉପାଧି ଓ ରାଜକୋଷ ବ୍ୟବହାର କରିପାରିବେ ନାହିଁ ବୋଲି ବଙ୍କିଙ୍ଗ ହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଘାନ ମାର୍କେଲଙ୍କୁ ନେଇ ରାଜପରିବାର ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ସେମାନେ ଏବେ ଏସବୁରୁ ବଞ୍ଚିତ ହେବେ। ବଙ୍ଗିଙ୍ଗ ହାମ ପ୍ୟାଲେସର ସୂଚନା ଅନୁଯାୟୀ, ଚଳିତ ବର୍ଷ ବସନ୍ତ ଋତୁରେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ହ୍ୟାରୀ ଓ ମେଘାନଙ୍କ ରାଜପରିବାରର ସକ୍ରିୟ ସଦସ୍ୟତା ମଧ୍ୟ ସମାପ୍ତ ହେବ। ଏମାନେ କେବଳ ଡ୍ୟୁକ ଅଫ୍‌ ସସେକ୍ସ ହ୍ୟାରୀ ଓ ଡଚେସ ଅଫ୍‌ ସସେକ୍ସ ମେଘନ ଭାବେ ପରିଚିତ ହେବେ। ଆହୁରି ମଧ୍ୟ ଏମାନେ ‘ହିଜ ରୟାଲ ହାଇାନେସ୍‌’ ଓ ‘ହର୍‌ ରୟାଲ ହାଇାନେସ୍‌’ଉପାଧିର ବ୍ୟବହାର କରିପାରିବେ ନାହିଁ। ଏହାକୁ ନେଇ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ ସେ ଖୁସି ବ୍ୟକ୍ତ କରିଛନ୍ତି। ଏମାନେ ପରିବାରର ପ୍ରିୟ ସଦସ୍ୟ ହୋଇ ରହିବେ ବୋଲି ମହାରାଣୀ କହିଛନ୍ତି।

Share