ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ ତଳେ ଅର୍ଥାତ ନଭେମ୍ବର ୧ରେ ବିଶ୍ୱସୁନ୍ଦରୀ ସେଠାରେ ତାଙ୍କର ୪୬ ତମ ଜନ୍ମଦିବସ ପାଳନ କରିଛନ୍ତି। ଏହି ଫଟୋକୁ ଐଶ୍ୱର୍ଯ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଅଭିଷେକ ପଛ କରି ବସିଥିବାବେଳେ ଐଶ୍‌ ଏବଂ ତାଙ୍କ ଝିଅ ଆରାଧ୍ୟା ସେଲ୍‌ଫି ନେଇଛନ୍ତି। ଅଭି ପିନ୍ଧିଥିବା ଶାର୍ଟରେ ‘ଫର ଇଭର’ ଲେଖାଯାଇଛି।

ଐଶ୍‌ ଆଉ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ପ୍ରିନ୍‌ସେସ୍‌ ଲୁକ୍‌ରେ ଐଶ୍‌ ଏବଂ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଛି। ଏଥିରେ ସେ ଏକ ଧଳା ରଙ୍ଗର ଗାଉନ୍‌ ପିନ୍ଧିଛନ୍ତି। ଆରାଧ୍ୟା ବି ମାଆଙ୍କ ସହିତ ମ୍ୟାଚ୍‌ କରି ଡ୍ରେସ୍‌ ପିନ୍ଧିଛନ୍ତି। ଏହି ଫଟୋରେ ଅଭିଷେକ ଫର୍ମାଲ ଡ୍ରେସ୍‌ରେ ଅଛନ୍ତି।


ସ୍ମରଣଯୋଗ୍ୟ,ଐଶ୍ୱର୍ଯ୍ୟା ରୋମ୍‌ ସହରରେ ଆୟୋଜିତ ଏକ ଘଡ଼ି କମ୍ପାନୀର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ପ୍ରାୟ ୨୦ ବର୍ଷ ଧରି ଏହି କମ୍ପାନୀ ସହିତ ଜଡ଼ିତ। ଖାସ୍‌ କରି କମ୍ପାନୀ ପକ୍ଷରୁ ଐଶ୍ୱର୍ଯ୍ୟାଙ୍କ ବାର୍ଥ ଡେ’ ପାର୍ଟି ସେଠାରେ ଆୟୋଜନ କରାଯାଇଥିଲା।

Share