Categories: ବାଣିଜ୍ୟ

ପ୍ରିମିୟମ ଅବତାରରେ ମାରୁତି ସୁଜୁକି ଡିଜାୟାର

ନୂଆଦିଲ୍ଲୀ,୧୮।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ପ୍ରମୁଖ ମଡେଲ ଡିଜାୟାର ପ୍ରିମିୟମ ଅବତାରରେ ଆସିଛି। ଭାରତର ବେଷ୍ଟ ସେଲିଂ ସେଡାନ ଭାବେ ପରିଗଣିତ ଡିଜାୟାର ବୋଲ୍ଡ ଏବଂ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ଢଙ୍ଗରେ ବଜାରକୁ ଆସିଛି। ଏହାର ସାମ୍ନା ଭାଗ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ବମ୍ପର ଗ୍ରୀଲ ଡିଜାଇନ, ଅତ୍ୟାଧୁନିକ ଉଡ୍‌ ଫିନିସ୍‌ ଇଣ୍ଟେରିୟର, ପରବର୍ତ୍ତୀ ପିଢୀ କେସିରିଜ ଇଞ୍ଜିନ, କ୍ରୁଜ କଣ୍ଟ୍ରୋଲ ଏବଂ ଅଟୋ ଫୋଲ୍ଡ ହୋଇ ପାରୁଥିବା ଓଆର୍‌ଭିଏମ୍‌ ସୁବିଧା ଏଥିରେ ଗ୍ରାହକ ଲାଭ କରିପାରିବେ। ସେଡାନ ବର୍ଗରେ ୫୫% ବଜାର ଅଂଶ ହାସଲ କରିଥିବା ଏହି ମଡେଲଟି ନୂଆ ରୂପରେ ବଜାରକୁ ଆସିଛି। ଏହାର ୨୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି। ନୂଆ ମଡେଲଟି ମଧ୍ୟ ଗ୍ରାହକଙ୍କ ଦ୍ୱାରା ବେଶ ଆଦୃତ ହେବ ବୋଲି କମ୍ପାନୀର ମାର୍କେଟିଂ ସେଲ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି।

Share