Categories: ଖେଳ

ପ୍ରିମିୟର ଲିଗ୍‌: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ

ଲଣ୍ଡନ,୧୫।୯(ଏଏଫ୍‌ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍‌ରେ ମାଞ୍ଚେଷ୍ଟର ସିଟ୍‌ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍‌ ସିଟି ୩-୨ ଗୋଲରେ ମାଞ୍ଚେଷ୍ଟର ସିଟିକୁ ହରାଇଛି। ନରଓ୍ବିଚ୍‌ ତରଫରୁ କେନି ମ୍ୟାକଲିନ୍‌ ୧୮ ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଟୋଡ କାଣ୍ଟଓ୍ବେଲ୍‌ ୨୮ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ମାଞ୍ଚେଷ୍ଟର ତରଫରୁ ୪୫ତମ ମିନିଟ୍‌ରେ ସର୍ଗିଓ ଅଗୁଏରୋ ଗୋଲ ସ୍କୋର କରିଥିଲେ। ତେବେ ୫୦ତମ ମିନିଟ୍‌ରେ ଟିମୁ ପୁକ୍କି ନରଓ୍ବିଚ୍‌ ପାଇଁ ତୃତୀୟ ଗୋଲ ଦେଇଥିଲେ। ଶେଷରେ ରୋଡ୍ରିଗୋ ଡେର୍ନାଣ୍ଡିଜ୍‌ କାସକାଣ୍ଟ ୮୮ତମ ମିନିଟ୍‌ରେ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ପରାଜୟ ମାଞ୍ଚେଷ୍ଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରିମିୟର ଲିଗ୍‌ ତାଲିକାରେ ମାଞ୍ଚେଷ୍ଟର ୫ଟି ମ୍ୟାଚ୍‌ ଖେଳି ୩ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଲିଭରପୁଲ ୫ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।

Share