ପ୍ରିୟଙ୍କାଙ୍କୁ କିଛି ନ କହିବାକୁ ସଲମାନଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା

କ୍ୟାଟ୍ରିନା କୈଫ ସବୁବେଳେ ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଦୁର୍ଭାଗ୍ୟବଶତଃ ତାଙ୍କ ଜୀବନରେ ବେଳେବେଳେ କିଛି ନା କିଛି ବିବାଦ ଉପୁଜିଥାଏ। ଯେଉଁଥିରେ କି ତାଙ୍କର କୌଣସି ଲେଣଦେଣ ନ ଥାଏ। ଏବେ ଏମିତି ଏକ ବିବାଦ ଉପୁଜିଛି ସେଥିରେ କ୍ୟାଟ୍‌ଙ୍କର କୌଣସି ଭୂମିକା ହିଁ ନାହିଁ। ଏହି ବିବାଦ ପ୍ରିୟଙ୍କା-ସଲମାନଙ୍କୁ ନେଇ ଉଠିଛି। ଯାହାକୁ ଆଦୌ ଗ୍ରହଣ କରିପାରୁନାହାନ୍ତି କ୍ୟାଟ୍‌। ପ୍ରିୟଙ୍କା ‘ଭାରତ’ ଫିଲ୍ମ ଛାଡ଼ିବା ପରେ ଆକ୍ଷେପ ପ୍ରତିଆକ୍ଷେପ ଚାଲିଛି। କେତେବେଳେ ସଲମାନ ପ୍ରିୟଙ୍କାଙ୍କୁ କହୁଛନ୍ତି ତ ଆଉ କେତେବେଳେ ପ୍ରିୟଙ୍କା ସଲମାନଙ୍କୁ। ପୁଣି କେବେ ସୋନା ମହାପାତ୍ର ତ ଆଉ କେବେ ସଲମାନଙ୍କ ଫ୍ୟାନ୍‌।

ଏହା ଶୁଣି ଶୁଣି କ୍ୟାଟ୍ରିନାଙ୍କୁ ଜମା ଭଲ ଲାଗୁନି। ଖାସ୍‌ ଏଥିପାଇଁ ସେ ସଲମାନଙ୍କୁ ପ୍ରିୟଙ୍କାଙ୍କ ବାବଦରେ କିଛି ନ କହିବାକୁ ଅନୁରୋଧ କରିଛନ୍ତି। କ୍ୟାଟ୍ରିନାଙ୍କ ମତରେ ସଲମାନ ପ୍ରିୟଙ୍କାଙ୍କୁ କିଛି ନ କହି ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ିବା ଉଚିତ୍‌। ସଲମାନ ବି କ୍ୟାଟ୍‌ଙ୍କ ଏହି କଥାକୁ କୁଆଡ଼େ ମାନି ନେଇଛନ୍ତି। ଦେଖାଯାଉ ସଲମାନ ଏହି କଥା କେତେଦିନ ଯାଏ ମାନୁଛନ୍ତି।

Share