ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ ପ୍ରିୟଙ୍କା-ନିକ୍‌ ସମୁଦ୍ର କୂଳରେ ରୋମାନ୍ସ କରୁଥିବା ନଜର ଆସିଥିଲା।

ଫଟୋକୁ କିଛି ଫ୍ୟାନ୍‌ ପସନ୍ଦ କରିଥିବାବେଳେ ଆଉ କିଛି ଟ୍ରୋଲ୍‌ ମଧ୍ୟ କରିଥିଲେ। କିଛି ଫ୍ୟାନ୍‌ ଲେଖିଥିଲେ, ପ୍ରିୟଙ୍କା ଆସାମର ବ୍ରାଣ୍ଡ ଆମ୍ବାସଡାର। କିନ୍ତୁ ଏମିତି ଖୁଲମଖୁଲା ରୋମାନ୍ସ କରିବା ତାଙ୍କଠାରେ ଶୋଭା ପାଉନି। ପ୍ରିୟଙ୍କା ପିଙ୍କ୍‌ ବିକ୍‌ନୀ ସହିତ ହାତରେ ଗ୍ଲୋଭ୍‌ସ ପିନ୍ଧିଥିଲେ। ଜଣେ ୟୁଜର ଲେଖିଥିଲେ, ପ୍ରିୟଙ୍କା ହାତରେ କାହିଁକି ଗ୍ଲୋଭସ ପିନ୍ଧିଛନ୍ତି। ଏହା ଆଜିର ଟ୍ରେଣ୍ଡ୍‌ ନୁହେଁ। ଆଉ ଜଣେ ୟୁଜର ଲେଖିଛନ୍ତି, ଆସାମରେ ବଢ଼ି ହୋଇ ଲୋକେ କ୍ଷତିଗ୍ରସ୍ତ ହେଉଥିବାବେଳେ ତୁମେ ରୋମାନ୍ସ କରୁଛ? ତୁମେ ଆମ୍ବାସଡାର ହେବା ଯୋଗ୍ୟ ନୁହଁ। ଏହିପରି ୟୁଜରମାନେ ଭିନ୍ନ କମେଣ୍ଟ କରିଛନ୍ତି।

କହିରଖୁଛୁ, ମିଆମୀରେ ପ୍ରିୟଙ୍କା ସ୍ବାମୀ ନିକ୍‌ ଏବଂ ମାଆଙ୍କ ସହିତ ସ୍ମୋକିଂ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସମସ୍ତ ଫଟୋ ପ୍ରିୟଙ୍କାଙ୍କୁ ଭାରି ପଡ଼ିଥିଲା।

Share