ପ୍ରିୟଙ୍କାଙ୍କୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ର ଏକ ଦୃଶ୍ୟ ପାଇଁ ଏକ ମଜାଳିଆ ଢଙ୍ଗରେ ଚେତାବନୀ ଦିଆଯାଇଛି। ସୋମବାର ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏହାପରେ ମହାରାଷ୍ଟ୍ର ପୋଲିସର ନଜର ପଡିଛି ଏହି ଟ୍ରେଲର ଉପରେ। ଏଥିରେ ଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳିଛି କି ପ୍ରିୟଙ୍କା କହୁଛନ୍ତି ଯେମିତି ହେଉ ତାଙ୍କ ଝିଅ ସୁସ୍ଥ ହେବା ଦରକାର। ଏଥିପାଇଁ ବ୍ୟାଙ୍କ ଲୁଟ୍‌ କରିଦିଅ। ଆଉ ଏହାକୁ ଦେଖିବା ପରେ ମୁମ୍ବାଇ ପୋଲିସ ଏକ ଟୁଇଟ୍‌ କରି ଲେଖିଛି, ‘ଆଇପିସି ଧାରା ୩୯୩ ଆଧାରରେ ଜରିମାନା ସହ ୭ବର୍ଷ ଜେଲ୍‌ ଦଣ୍ଡ ହୋଇପାରେ।

Share