Categories: ଜାତୀୟ

ପ୍ରିୟଙ୍କାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି

ନୂଆଦିଲ୍ଲୀ,୧୩ା୬: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଲାଗି କର୍ମୀମାନେ ଦାବି କରିଛନ୍ତି। ୧୨ ଆସନ ଲାଗି ହେବାକୁ ଥିବା ଉପନିର୍ବାଚନରେ ଦଳ କଡ଼ା ମୁକାବିଲା କରିବା ସହ ୨୦୨୨ ନିର୍ବାଚନରେ ଯେକୌଣସି ମେଣ୍ଟଠାରୁ ଦୂରେଇ ରହି ଏକାକୀ ଲଢ଼ିବାକୁ ସମୀକ୍ଷା ବୈଠକରେ କଂଗ୍ରେସ କର୍ମୀମାନେ ପ୍ରସ୍ତାବ ଦେଇଛନ୍ତି। ବୁଧବାର ରାଏବରେଲୀ ଗସ୍ତରେ ଯାଇଥିବା ପ୍ରିୟଙ୍କା ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା ବୈଠକ କରୁଥିବାବେଳେ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କର୍ମୀମାନଙ୍କ ମତାମତ ଲୋଡିଥିଲେ।

Share