ପ୍ରିୟଙ୍କାଙ୍କ ଗୋଟିଏ ସ୍ବପ୍ନ ପୂରଣ ହେଲା, ବାକି ରହିଲା ଆଉ ଗୋଟିଏ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ, ମୋର ଦୁଇଟି ସ୍ବପ୍ନ ରହିଛି। ତାହା ପୂରଣ ହେଲେ ମୁଁ ସମସ୍ତଙ୍କୁ ଜଣାଇଦେବି। ସେଥିରୁ ଗୋଟିଏ ଏବେ ପୂରଣ ହୋଇଥିବାବେଳେ ଆଉ ଗୋଟିଏ ବାକି ରହିଛି। ତେବେ ତାଙ୍କ ସ୍ବପ୍ନ କ’ଣ ଥିଲା ଜାଣନ୍ତି? ଯଦି ନା ତେବେ ଘର ଏବଂ ମାଆ ହେବା ତାଙ୍କର ସ୍ବପ୍ନ ଥିଲା ବୋଲି ମାଆ ମଧୁ ଚୋପ୍ରା କହିଛନ୍ତି। ଏହି ସାକ୍ଷାତକାରରେ ପ୍ରିୟଙ୍କା କହିଥିଲେ ମୋ’ ପାଇଁ ଘର ସବୁଠୁ ପ୍ରିୟ। ଆଉ ଯେଉଁଠି ରହି ମୁଁ ଖୁସି ସାଉଁଟୁଛି। ସେହି ସ୍ବପ୍ନ ପୂରଣ କରିବାକୁ ଯାଇ ପ୍ରିୟଙ୍କା- ସ୍ବାମୀ ନିକ୍‌ ଜୋନାସ ଆମେରିକାର ଲସ୍‌ ଏଞ୍ଜେଲ୍‌ସରେ ବହୁ ଦାମୀ ଘରଟିଏ କିଣିଛନ୍ତି। ଯାହାର ଦାମ୍‌ ୧୪୪ କୋଟି। ୨୦ ହଜାର ବର୍ଗଫୁଟ ଜାଗାରେ ଏହି ଘର ରହିଛି। ଉକ୍ତ ବିଳାସମୟ ଘରେ ରହିଛି ୭ଟି ବେଡ୍‌ରୁମ୍‌, ୧୧ଟି ବାଥ୍‌ରୁମ୍‌, ଉଚ୍ଚା ଛାତ ଏବଂ ପର୍ଯ୍ୟାପ୍ତ ପରିମାଣର ଜାଗା। ପ୍ରିୟଙ୍କା ଏବଂ ନିକ୍‌ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share