ପ୍ରିୟଙ୍କାଙ୍କ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ନିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବିବାହ ପରେ ଶାଶୁଘର ଲୋକଙ୍କ ସହ ପ୍ରଥମ ଜନ୍ମଦିନ ଖୁବ୍‌ ଧୁମ୍‌ଧାମରେ ପାଳିଥିଲେ ପ୍ରିୟଙ୍କା। ଏହି ଅବସରରେ ସ୍ବାମୀ ନିକ୍‌ ଜୋନାସ୍‌ ପ୍ରିୟଙ୍କାଙ୍କୁ ସର୍‌ପ୍ରାଇଜ୍‌ ଗିଫ୍ଟ ଦେବାସହ ‘ତୁମେ ମୋ ଦୁନିଆର ଆଲୋକ, ତୁମେ ମୋ ଜୀବନ’ ଲେଖି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଜନ୍ମଦିନ ପାର୍ଟିରେ ନିକ୍‌ଙ୍କ ସହ ଖୁବ୍‌ ନାଚିଥିଲେ ପ୍ରିୟଙ୍କା।

Share