ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍‌ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍‌ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କୁ ମଧ୍ୟ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଯେତେବେଳେ ବି ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି ତାହା ତୀବ୍ର ବେଗରେ ଭାଇରାଲ ହେଉଛି। ଏବେ ନିକ୍‌ ପ୍ରିୟଙ୍କାଙ୍କର ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି।

ନିକ୍‌ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଷ୍ଟ କରି ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଜୋନାସ୍‌ ବ୍ରଦର୍ସ ଆଲବମ୍‌ ‘ସକର’କୁ ବର୍ଷେ ପୂରିଲା। ଫଟୋରେ ନିକ୍‌ ପ୍ରିୟଙ୍କାଙ୍କ ହାତ ଧରି ଆସୁଥିବା ଦେଖିବାକୁ ମିଳିଛି। ନିକ୍‌ କ୍ୟାପଶନ୍‌ ବି ଲେଖିଛନ୍ତି, ମୁଁ ସବୁଠୁ ଭାଗ୍ୟଶାଳୀ। ଆମ ନିକଟରେ ବହୁତ ଭଲ ପ୍ରଶଂସକ ଅଛନ୍ତି। ଆଜି ଆମେ ସମସ୍ତେ ଗୋଟିଏ ପରିବାର ପରି। ଆପଣଙ୍କୁ ଶୁଭେଚ୍ଛା। ମୁଁ ସମସ୍ତଙ୍କୁ ବହୁତ ଭଲ ପାଉଛି। ଧନ୍ୟବାଦ।

Share