Categories: ଜାତୀୟ

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍‌ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖାଯାଇଥିଲା। ଗତ ୨୫ ତାରିଖରେ ଜଣେ ଅଜଣା ବ୍ୟକ୍ତିଙ୍କ କାର୍‌ ତାଙ୍କ ବାସଭବନ ପରିସରକୁ ଧସେଇ ପଶିଥିଲା। କାର୍‌ରୁ ଜଣେ ଝିଅ ସମେତ ୫ ଜଣ ବାହାରି ପ୍ରିୟଙ୍କାଙ୍କ ବଗିଚାକୁ ଯାଇ ତାଙ୍କ ସହ ସେଲ୍‌ଫି ନେବାକୁ କହିଥିଲେ ବୋଲି ଏକ ସୂତ୍ରରୁ ଜଣାପଡିଛି। ସେମାନେ ସେଲ୍‌ଫି ନେବା ପାଇଁ ଉତ୍ତରପ୍ରଦେଶରୁ ଆସିଥିବା କହିଥିଲେ। କୌଣସି ଆଗନ୍ତୁକ ସାକ୍ଷାତ କରିବା ପାଇଁ ଆପଏଣ୍ଟମେଣ୍ଟ ନେଇ ନ ଥିବାରୁ ଏହି ଘଟଣାରେ ପ୍ରିୟଙ୍କା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଆର୍‌ପିଏଫ୍‌କୁ ମଧ୍ୟ ଏ ସମ୍ପର୍କରେ କିଛି ଜଣା ନ ଥିଲା। ତାଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସିଆର୍‌ପିଏଫ୍‌ରେ ଅଭିଯୋଗ କରିଛି। ପ୍ରିୟଙ୍କାଙ୍କ ସମେତ ଗାନ୍ଧୀ ପରିବାରର ଅନ୍ୟ ସଦସ୍ୟମାନଙ୍କ ଏସ୍‌ପିଜି ସୁରକ୍ଷା ଗତମାସରେ ପ୍ରତ୍ୟାହାର କରିନିଆଯାଇ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏବେ ସିଆର୍‌ପିଏଫ୍‌ ଯବାନମାନେ ଗାନ୍ଧୀ ପରିବାରକୁ ସୁରକ୍ଷା ଯୋଗାଉଛନ୍ତି।

Share