Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କୁ ଭୁଲିଗଲେ କଂଗ୍ରେସ ନେତା: କହିଲେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ

ନୂଆଦିଲ୍ଲୀ,୨।୧୨: ଏବେ ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କେତେଜଣ କଂଗ୍ରେସ କର୍ମୀ ଓ ନେତାଙ୍କୁ ଦେଖିବାକୁ ମିଳିଛି। ଏଥିରେ କିନ୍ତୁ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ବୋଲି କୁହାଯାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଭିଡିଓଟି ଏକ କଂଗ୍ରେସ ରାଲିର ବୋଲି ମଧ୍ୟ ସ୍ପଷ୍ଟ ହେଉଛି। ଉକ୍ତ ଭିଡିଓରେ ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର କୁମାର ଓ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ନଜର ଆସିଛନ୍ତି। ୨୨ ସେକେଣ୍ଡର ଏହି ଭିଡିଓରେ ସ୍ଲୋଗାନ୍‌ ଦିଆଯାଉଛି ସୋନିଆ ଗାନ୍ଧୀ ଜିନ୍ଦାବାଦ, କଂଗ୍ରେସ ପାର୍ଟି ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦାବାଦ ଓ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ। ତେବେ ଭୁଲ୍‌ ବଶତଃ ଏହା ପାଟିରୁ ଖସିଯାଇଥିବା ଆଲୋଚନା ହେଉଛି ସତ। ହେଲେ ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ କଂଗ୍ରେସର ମଜା ଉଡାଉଛନ୍ତି। କେହି କହିଛନ୍ତି ଶେଷରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଛାଡି ରାଜନୀତିରେ ପ୍ରବେଶ କରିଗଲେ ବୋଧେ।

Share