Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କ ମୋବାଇଲ୍‌ ହ୍ୟାକ୍‌ କରାଯାଇଛି: କଂଗ୍ରେସ

ନୂଆଦିଲ୍ଲୀ,୩।୧୧:ହ୍ବାଟସଆପ୍‌ ହ୍ୟାକ ଘଟଣାକୁ ନେଇ ରବିବାର ଭାଜପା ଉପରେ ଦୋଷ ଲଦିଛି ବିରୋଧୀ କଂଗ୍ରେସ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ହ୍ବାଟସଆପ୍‌ ପକ୍ଷରୁ ସ୍ପାଇୱେୟାର ମେସେଜ ପଠାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି। ଯେଉଁ ଫୋନକୁ ହ୍ବାଟସଆପ୍‌ରେ ଏହି ସ୍ପାଇୱେୟାର ମେସେଜ ଆସିଛି ସେସବୁ ହ୍ୟାକ୍‌ ହୋଇଛି। ତେଣୁ ପ୍ରିୟଙ୍କାଙ୍କ ଫୋନ ବି ହ୍ୟାକ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅବସରରେ ଶାସକ ଦଳ ଭାରତୀୟ ଜନତା ପାର୍ଟିକୁ ‘ଭାରତୀୟ ଜାସୁସି ପାର୍ଟି’ ବୋଲି କଂଗ୍ରେସ କହିଛି। ଡାଟା ହ୍ୟାକ ନେଇ ପାଞ୍ଚ ମାସ ପୂର୍ବରୁ ଫେସବୁକ ଓ ମାସକ ତଳେ ହ୍ବାଟସଆପ୍‌ ସୂଚନା ଦେଇଥିବାବେଳେ ସରକାର କାହିଁକି ଏ ବାବଦରେ ନୀରବ ଥିଲେ ସେ ନେଇ ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏହାର ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଦାବି କରିଛନ୍ତି। ଏପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଫୋନକୁ କେନ୍ଦ୍ର ସରକାର ଟ୍ୟାପ କରିଛନ୍ତି ବୋଲି ଅଭିଯୋଗ କରିଥିଲେ।

Share