ନୂଆଦିଲ୍ଲୀ,୨୮।୭: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଏବେ ଦଳ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ଏହି ସମୟରେ ଦଳକୁ ଜଣେ ଯୁବ ନେତୃତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଏବେ ଦଳର ହାଇକମାଣ୍ଡ ଦାୟିତ୍ୱ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଏହାପୂର୍ବରୁ କଂଗ୍ରେସ ବିଭିନ୍ନ ବରଷ୍ଠ ନେତା ପ୍ରିୟଙ୍କାଙ୍କୁ ଅଧ୍ୟକ୍ଷ କରିବା ପାଇଁ କହିଛନ୍ତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ପରେ ଦଳର ବିଭିନ୍ନ ପଦପଦବୀରେ ରହିଥିବା ୧୨୦ ଜଣ ନେତା ଇସ୍ତଫା ଦେଇଥିଲେ।