Categories: ଜାତୀୟ

ପ୍ରିୟଙ୍କା ଚତୁର୍ବେଦୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କଲା ଶିବସେନା

ମୁମ୍ବାଇ,୧୩।୩(ପି.ଟି.): ଶିବସେନା ଉପନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଗୁରୁବାର ମହାରାଷ୍ଟ୍ରରୁ ରାଜ୍ୟ ସଭା ପ୍ରାର୍ଥ କରାଯାଇଛି। ୨୦୧୯ ଏପ୍ରିଲରେ କଂଗ୍ରେସ ସହ ମତଭେଦକୁ ନେଇ ଦଳ ଛାଡ଼ି ଶିବସେନାରେ ସାମିଲ ହୋଇଥିଲେ ପ୍ରିୟଙ୍କା। ତାଙ୍କୁ ଶିବସେନାର ଉପନେତା ଦାୟିତ୍ୱ ଦିଆଯାଇଥିଲା। ଏବେ ରାଜ୍ୟ ସଭା ପାଇଁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରାଯାଇଥିବା ଜଣେ ବରିଷ୍ଠ ଶିବସେନା ନେତା ସୂଚନା ଦେଇଛନ୍ତି। ଆସନ୍ତା ୨୬ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରିୟଙ୍କା ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ଏନ୍‌ସିପି ନେତା ଶରଦ ପାଓ୍ବାର ବୁଧବାର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଗୁଜରାଟର କଂଗ୍ରେସ ପ୍ରଭାରୀ ତଥା ସାଧାରଣ ସମ୍ପାଦକ ରାଜୀବ ଶ୍ରୀବାସ୍ତବଙ୍କୁ ଦଳ ମହାରାଷ୍ଟ୍ରରୁ ପ୍ରାର୍ଥ କରିପାରେ। ମହାରାଷ୍ଟ୍ରରେ ଜଣେ ପ୍ରାର୍ଥୀଙ୍କୁ ୨୭ ଭୋଟ ଆବଶ୍ୟକ ହେଉଥିତ୍ବାବେଳେ ଶାସକ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ସହଜରେ ଗୋଟିଏ ଲେଖାଏ ଆସନରେ ବିଜୟୀ ହେବେ ବୋଲି କୁହାଯାଉଛି।

Share