ପ୍ରିୟଙ୍କା, ଦୀପିକାଙ୍କ ପଥରେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେଟା ଭଲ କମାଲ କରିପାରି ନ ଥିଲା। ମାତ୍ର ଆଲିଆ ଏତିକିରେ ହାରିଯିବା ଝିଅ ନୁହନ୍ତି। ଏବେ ସେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଚଲାପଥକୁ ଅନୁସରଣ କରୁଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ଆଲିଆଙ୍କ ପାଖରେ ବଲିଉଡ୍‌ର ଅନେକ ପ୍ରୋଜେକ୍ଟ ରହିଛି। ମାତ୍ର ସେ ଏବେ ହଲିଉଡ୍‌ ମୁହାଁ ହେଉଥିବା ଜଣାପଡ଼ୁଛି। ଏବେ ଆଲିଆ ଲସ୍‌ ଏଞ୍ଜେଲ୍‌ସରେ ରହିଥିବା ବେଳେ ରାସ୍ତାରେ ଚିଲ୍‌ କରୁଥିବା ଦେଖିବାକୁ ମିଳୁଛି। ତେବେ ହଲିଉଡ୍‌ରେ ତାଙ୍କୁ କେବେ ଅଫର ମିଳୁଛି ତାହା ଦେଖିବା ବାକି ରହିଲା।

Share