ପ୍ରିୟଙ୍କା ଶେୟାର କଲେ ନିଜ ଛୋଟବେଳର ଫଟୋ: ବାପାଙ୍କୁ ମନେପକାଇ ହେଲେ ଭାବବିହ୍ବଳ

ମୁମ୍ବାଇ,୧୦।୬: ବଲିଉଡ୍‌ର ଦେଶୀ ଗାର୍ଲ ଚଳିତ ଦିନରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଲୁକ୍‌ରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ପ୍ରିୟଙ୍କା ସବୁବେଳେ ନିଜର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ନିକଟରେ ପ୍ରିୟଙ୍କା ନିଜ ବାପା ଅଶୋକ ଚୋପ୍ରାଙ୍କ ସହ ଛୋଟବେଳର ଏକ ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋକୁ ଶେୟାର କରିବା ସହ ନିଜ ବାପାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଛନ୍ତି ପ୍ରିୟଙ୍କା। ‘୬ବର୍ଷ ବିତିଯାଇଥିଲେ ବି ଯେପରି ଲାଗୁଛି କାଲି ତୁମକୁ ଆମେ ହରାଇଛୁ। ବାପା ତମେ ବହୁତ ମନେପଡ଼’ ବୋଲି ପ୍ରିୟଙ୍କା ତାଙ୍କ କ୍ୟାପସନ୍‌ରେ ଲେଖିଛନ୍ତି। ଶେୟାର କରିଥିବା ଫଟୋରେ ପ୍ରିୟଙ୍କା ହ୍ବାଇଟ କଲରର ଫ୍ରକ୍‌ ପିନ୍ଧିଥିବା ବେଳେ ବାପା ଅଶୋକ ଫିଙ୍କ କଲରର ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିସହ ପ୍ରିୟଙ୍କା ଏକ ଗଛର ଡାଳରେ ବସି ହସୁଥିବା ବେଳେ ଅଶୋକ ତାଙ୍କ ପାଖରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି। ପ୍ରିୟଙ୍କା ହସୁଥିବା ବେଳେ ବେଶ୍‌ କ୍ୟୁଟ ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କାଙ୍କ ବାପା କ୍ୟାନ୍‌ସର ରୋଗରେ ପୀଡ଼ିତ ଥିବା ବେଳେ ୨୦୧୩ ଜୁନ ୧୦ରେ ତାଙ୍କର ନିଧନ ହୋଇଥିଲା।

Share