ପ୍ରିୟଙ୍କା ଶେୟାର କଲେ ନିଜ ପୁସ୍ତକ ‘ଅନଫିନିସ୍‌ଡ’ର ପ୍ରଥମ ଝଲକ

ମୁମ୍ବାଇ:ବଲିଉଡ୍‌ରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ତାଙ୍କର ପୁସ୍ତକ ଲଞ୍ଚ ହେବା କଥା ସେ ନିଜେ ସୂଚନା ଦେଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆର ନିଜ ପୁସ୍ତକ ‘ଅନଫିନିସ୍‌ଡ’ର ପ୍ରଥମ ଝଲକ୍ ଶେୟାର କରିଛନ୍ତି । ଏଥିରେ ସେ ନିଜ ଫଟୋ ସହ ଏକ ଇମୋଶନାଲ ନୋଟ ମଧ୍ୟ ପୋଷ୍ଟ ମଧ୍ୟ କରିଛନ୍ତି । ଫଟୋରେ ସେ ଏକ ପୁସ୍ତକ ଧରିଥିବା ନଜର ଆସିଛି । ଏଥିରେ ସେ କ୍ୟାପଶନରେ ଲେଖିଛନ୍ତି ନିଜ ପୁସ୍ତକ ପ୍ରଥମେ ହାତରେ ଧରିବାର ଅନୁଭୂତି, ହେଲେ ମୁଁ ମଜା କରୁଛି ଏହା ପୁସ୍ତକର କେବଳ ଜ୍ୟାକେଟ ଯାହା ମୋ ପୁସ୍ତକ ଉପରେ ଲଗାଯିବ । ତେବେ ଆଉ ଅପେକ୍ଷା କରି ହେଉନି । ଆସନ୍ତା ମାସରେ ଏହି ପୁସ୍ତକ ‘ଅନଫିନିସ୍‌ଡ’ର ଲଞ୍ଚ ହେବ ବୋଲି ସେ କହିଛନ୍ତି । ତେବେ ଏହି ପୁସ୍ତକକୁ ନେଇ କେବଳ ପ୍ରିୟଙ୍କା କାହିଁକି ତାଙ୍କ ପ୍ରଶଂସକମାନେ ବି ବେଶ୍ ଉତ୍ସାହିତ ଅଛନ୍ତି ।

Share