Categories: ଜାତୀୟ

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଟୁଇଟ୍‌ କରି ଇଚ୍ଛା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା। ସେ କହିଛନ୍ତି ପ୍ରିୟଙ୍କାଙ୍କ ଭିତରେସେ ଇନ୍ଦିରାଙ୍କୁ ଦେଖି ପାରୁଛନ୍ତି। ତେଣୁ ସେ ମଧ୍ୟ ଇନ୍ଦିରାଙ୍କ ଭଳି ନେତୃତ୍ୱ ନେଇ ପାରିବେ ବୋଲି କହିଛନ୍ତି ଶତ୍ରୁଘ୍ନ। ଉତ୍ତର ପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୀଡିତ ପରିବାରଙ୍କୁ ଭେଟିବାକୁ ଯାଇ ପ୍ରିୟଙ୍କା ଯେଉଁଭଳି ପରିସ୍ଥିତକୁ ସାହସର ସହ ସାମ୍ନା କରିଥିଲେ ତାକୁ ଶତ୍ରୁଘ୍ନ ପ୍ରଶଂସା କରିଛନ୍ତି। ଇନ୍ଦିରା ଗାନ୍ଧୀ ବେଲଚି ମାମଲାରେ ଯେମିତି ସାହସର ସହ ପରିସ୍ଥିତିକୁ ସାମ୍ନା କରିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ସମୟରେ ସେ ହସି ହସି ଏହାକୁ ସ୍ବାଗତ କରିଥିଲେ ଠିକ୍‌ ସେହିପରି ପ୍ରିୟଙ୍କାକୁ ସୋନଭଦ୍ରା ଗସ୍ତ ସମୟରେ ଦେଖିବାକୁ ମିଳିଥିଲା। ତେଣୁ ପ୍ରିୟଙ୍କା ହିଁ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳି ପାରିବେ ବୋଲି ସେ କହିଛନ୍ତି। କାରଣ ସେ ହେଉଛନ୍ତି ରୋଲ୍‌ ମଡେଲ୍‌ ତାଙ୍କର ଅଧ୍ୟକ୍ଷତା ଦଳ ପାଇଁ ଲାଭଦାୟକ ହେବ ବୋଲି ସେ ଟୁଇଟ୍‌ କରିଛନ୍ତି।

Share