ପ୍ରିୟଦର୍ଶୀ ନାୟକ ଆଇସିଏସ୍‌ଆଇ ଚେୟାରମ୍ୟାନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): କମ୍ପାନୀ ସେକ୍ରେଟାରୀ ପ୍ରିୟଦର୍ଶୀ ନାୟକ ୨୦୨୦ ବର୍ଷ ପାଇଁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ପୂର୍ବ ଭାରତ ଆଞ୍ଚଳିକ ପରିଷଦର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଅନ୍ୟ ସମସ୍ତ ପୂର୍ବ-ଭାରତୀୟ ରାଜ୍ୟଗୁଡ଼ିକୁ ନେଇ ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଗଠିତ। ଉକ୍ତ ରାଜ୍ୟଗୁଡ଼ିକରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଏହି ପରିଷଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

Share