ପ୍ରେମଦିବସରେ ରୋମାଣ୍ଟିକ ହେଲେ ସୋନମ-ଆନନ୍ଦ

ବମ୍ବେ: ଭ୍ୟାଲେଣ୍ଟାଇନ୍ସ ଡେ’ ଅଥବା ପ୍ରେମଦିବସକୁ ନେଇ ଯୁବପୀଢ଼ୀଙ୍କ ମଧ୍ୟରେ ଭିନ୍ନ କ୍ରେଜ। ଏଥିରୁ ବା ବଲିଉଡ ଅଭିନେତା/ଅଭିନେତ୍ରୀ ବାଦ ପଡ଼ିବେ କିଭଳି। ନିଜ ନିଜ ଜୀବନସାଥୀଙ୍କ ସଭିଏ ନିଆରା ଭାବେ ମନକଥା କହୁଛନ୍ତି। ଠିକ୍‌ ଏଭଳି ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଭ୍ୟାଲେଣ୍ଟାଇନ୍‌ ଡେ’ ପାଳନ କରିଛନ୍ତି। ପ୍ୟାରିସ୍‌ର ଆଇଫିଲ ଟାଓ୍ବାର ତଳେ ଆନନ୍ଦଙ୍କୁ ସେ କିସ୍‌ କରୁଥିବା ଦେଖାଯାଇଛି। ଏ ନେଇ ଏକ ଫଟୋ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହ ସେ ଆନନ୍ଦଙ୍କ ଉଦ୍ଦେଶ୍ୟରେ ବର୍ତ୍ତା ମଧ୍ୟ ଦେଇଛନ୍ତି। ‘ଆଇ ଲଭ୍‌ ୟୁ ମାଇ ଭ୍ୟାଲେଣ୍ଟାଇନ୍‌’ ବୋଲି ସୋନମ କହିଛନ୍ତି।

ଦୀର୍ଘ ଦିନ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସୋନମ। ଶେଷରେ ଏକ ପାରମ୍ପରିକ ବିବାହ ଅନୁଷ୍ଠିତ ହୋଇଥିଲା। ଏହାର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share