ଦୁନିଆରେ କୌଣସି ଜିନିଷ ସ୍ଥାୟୀ ନୁହେଁ। ସଭିଙ୍କର ଶେଷ ବା ଅନ୍ତିମ ପର୍ଯ୍ୟାୟ ରହିଛି। ଏହା ପୃଥିବୀର ପ୍ରତିଟି ପ୍ରାକୃତିକ କାର୍ଯ୍ୟରେ ପରିଲକ୍ଷିତ ହୋଇଥାଏ। ଜୁଆର ପରେ ଭଟ୍ଟା ହିଁ ଆସିଥାଏ। ଏହାର ପ୍ରତିଫଳନ ଭାଲେଣ୍ଟାଇନ୍ ଓ୍ବିକ୍ରେ ମଧ୍ୟ ଦୃଷ୍ଟି ଗୋଚର ହୋଇଥାଏ। ପ୍ରେମ ସପ୍ତାହରେ ପରିସ୍ପରର ନିକଟବର୍ତ୍ତୀ ହୋଇଥିବା ପ୍ରେମୀ ଯୁଗଳ ଏହାପର ସପ୍ତାହରେ ବିରହ ଯନ୍ତ୍ରଣା ଭୋଗ କରିଥାନ୍ତି। ଫେବୃୟାରୀ ୭ରୁ ୧୪ ମଧ୍ୟରେ ଭାଲେଣ୍ଟାଇନ୍ ଓ୍ବିକ୍ ବା ପ୍ରେମ ସପ୍ତାହ ପାଳିତ ହୋଇଥାଏ। ତେବେ ଏହାପରେ ଫେବୃୟାରୀ ୧୫ରୁ ୨୧ ପର୍ଯ୍ୟନ୍ତ ଆଣ୍ଟି ଭାଲେଣ୍ଟାଇନ୍ ଓ୍ବିକ୍ ପାଳିତ ହୋଇଥାଏ। କେତେକ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନ ଥାନ୍ତି। କ୍ରମାନ୍ବୟରେ ଫେବୃୟାରୀ ୧୫ରେ ସ୍ଲାପ୍ ଡେ, ୧୬ରେ କିକ୍ ଡେ, ୧୭ରେ ପରଫ୍ୟୁମ୍ ଡେ, ୧୮ରେ ଫିର୍ଲଟିଙ୍ଗ୍ ଡେ, ୧୯ରେ କନଫେସନ୍ ଡେ, ୨୦ରେ ମିସିଙ୍ଗ୍ ଡେ ଏବଂ ୨୧ରେ ବ୍ରେକ୍ ଅପ୍ ଡେ ପାଳନ କରାଯାଇଥାଏ।