Categories: ଖେଳ

ପ୍ରେମରେ ପାଗଳ ଥିଲେ କ୍ରିକେଟର୍‌ ବୀରେନ୍ଦ୍ର ସେହଓ୍ବାଗ, ସମ୍ପର୍କୀୟ ଭଉଣୀଙ୍କୁ କରିଥିଲେ ବିବାହ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହଓ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ ନୁହେଁ ସମ୍ପର୍କୀୟ ଭଉଣୀ ଆରତି ଅଗ୍ରଓ୍ବାଲଙ୍କ ପ୍ରେମରେ ପଡିଥିଲେ। ଆରତିଙ୍କ ବଡ ଭଉଣୀ ଏକ ସାକ୍ଷାତକାରରେ କହିଥିଲେ, ସେହଓ୍ବାଗ ଓ ଆରତିଙ୍କ ଦେଖା ସାକ୍ଷାତ ଏକ ବିବାହ ଭୋଜିରେ ହୋଇଥିଲା। ଆରତିଙ୍କ ପିଉସୀ ସେହଓ୍ବାଗଙ୍କ ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ। ସେହି କାରଣରୁ ଦୁହଁିଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଉଭୟ ସମ୍ପର୍କରେ ଭାଇ, ଭଉଣୀ ଥିଲେ। ଏହାଜାଣିଥିଲେ ସୁଦ୍ଧା ଦୁହେଁ ଦୁହିଁଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିଥିଲେ। ଥରେ ସେହଓ୍ବାଗ୍‌ ମଜାକରେ ଆରତିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ୨୦୦୪ରେ ଦୁହେଁ ବିବାହ କରିଥିଲେ।

Share