Categories: ଜାତୀୟ

ପ୍ରେମରେ ବାଧା ଦେବାରୁ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା କଲେ ୧୫ବର୍ଷର ଝିଅ

ବେଙ୍ଗାଲୁରୁ, ୨୦।୮: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମରେ ବାଧା ଦେବାରୁ ୧୯ ବର୍ଷ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା କରିଛନ୍ତି ୧୫ବର୍ଷର ଝିଅ। ପୋଲିସ ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ସେ ପିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଘରେ ମା’ ଏବଂ ଭାଇ ବାହାରକୁ ଯାଇଥିବାବେଳେ ଅଭିଯୁକ୍ତ ଝିଅ ପିତାଙ୍କୁ ଖାଦ୍ୟରେ ୬ଟି ନିଦ ବଟିକା ଦେଇଥିଲେ। ପିତା ଶୋଇବା ପରେ ପ୍ରେମିକଙ୍କ ଘରକୁ ଡାକି ତାଙ୍କୁ ବେକଙ୍କୁ ବେଲ୍ଟରେ ଚାପି ଦେଇଥିଲେ। ପରେ ପିତାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ପେଟ୍ରୋଲ ଜାଳି ପୋଡି ଦେବାକୁ ମଧ୍ୟ ପ୍ରୟାସ କରିଥିଲେ। ଘରୁ ଧୂଆଁ ବାହାରୁ ଥିବାରୁ ପଡୋଶୀ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲେ। ପୋଲିସ କହିବା ଅନୁଯାୟର। ଉଭୟ ପରସ୍ପରକୁ ଭଲ ପାଉଥିଲେ। ପିତା ଏଥିପାଇଁ ଝିଅକୁ ବାରମ୍ବାର ଆକଟ କରୁଥିଲେ। ଏହି ରାଗରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ସ୍ବୀକାର କରିଛନ୍ତି।

Share