ପ୍ରେମରେ ବିଫଳ ହେବା ପରେ ଲାଇଭ ଭିଡିଓ କରି ଛାତ୍ରଙ୍କ ଆତ୍ମହତ୍ୟା

ପୁରୀ ଅଫିସ,୨୭।୧୧: ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ (ଆରଏସ୍‌ଏସ୍‌)ର ପେଣ୍ଟକଟା ସ୍ଥିତ ବାଲ୍ମିକୀ ଛାତ୍ରାବାସରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ପାକଶାସ୍ତ୍ରୀ ପ୍ରଥମ ବର୍ଷ ଛାତ୍ର ଆଶିଷ କୁମାର ଷଡଙ୍ଗୀ(୧୬)। ତାଙ୍କ ଘର କଟକ ନିଶ୍ଚିନ୍ତକୋଇଲି। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ହଷ୍ଟେଲ ଅଧିକ୍ଷକ ଡ. ଉମେଶ ଚନ୍ଦ୍ର ମିଶ୍ର ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ମୋବାଇଲ ଜବତ କରିଛି। ଆଶିଷ ଆତ୍ମହତ୍ୟାର ଲାଇଫ ଭିଡିଓ କରିଥିବା ଉକ୍ତ ମୋବାଇଲରେ କଏଦ ହୋଇଥିବା ଥାନାଧିକାରୀ ଗୌରାଙ୍ଗ ପୃଷ୍ଠି କହିଛନ୍ତି । ପ୍ରେମରେ ବିଫଳ ହୋଇ ସେ ଆତ୍ମହତ୍ୟା କରିଥିବା ଅନ୍ତେବାସୀଠାରୁ ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ପୃଷ୍ଠି କହିଛନ୍ତି ।

Share