Categories: ଜାତୀୟ

ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିଲେ ମହିଳା,ସ୍ବାମୀଙ୍କୁ ୫୦ ଫୁଟ୍‌ ଉଚ୍ଚରୁ ଠେଲିଦେଲେ

ନୂଆଦିଲ୍ଲୀ,୨୧।୧୦:ପ୍ରେମିକଙ୍କ ସହ ରହିବା ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଦେଇଛନ୍ତି ଜଣେ ମହିଳା। ପ୍ରେମିକଙ୍କ ସହ ମିଶି ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ କୋଠା ଉପରୁ ସେ ସ୍ବାମୀଙ୍କୁ ଠେଲିଦେଇଛନ୍ତି। ନୂଆଦିଲ୍ଲୀର ପଟେଲ ନଗରରେ ଘଟିଛି ଏଭଳି ଘଟଣା। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀ ଅନିତା(୩୦) ଏବଂ ତାଙ୍କ ପ୍ରେମିକ ଅର୍ଜୁନ ମଣ୍ଡଳ(୩୨)ଙ୍କୁ ଗିରଫ କରିଛି। ପୋଲିସ ପଟେଲ ନଗରର ଏକ ୫୦ ଫୁଟ ଉଚ୍ଚ କୋଠା ତଳୁ ଦୟାରାମ(୪୨)ଙ୍କୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନିତା ପ୍ରେମିକ ଅର୍ଜୁନଙ୍କ ସହ ମିଶି ତାଙ୍କ କୋଠା ଉପରୁ ଦୟାରାମଙ୍କୁ ଠେଲି ଦେଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।

Share