Categories: ଜାତୀୟ

ପ୍ରେମିକାକୁ ଆଲିଙ୍ଗନ କରି ବୋମା ଲାଗାଇଲେ ପ୍ରେମିକ ଉଭୟଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ,୨୮।୪: କେରଳର ଓ୍ବାୟନାଡରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ଏକ ବିବାହିତ ପ୍ରେମି ଯୁଗଳ ବୋମା ବିସ୍ଫୋରଣ କରି ନିଜକୁ ଉଡାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଓ୍ବାୟନାଡର ନୟକଟ୍ଟିରେ ରହୁଥିବା ୪୫ ବର୍ଷୀୟ ବେନ୍ନି ସେହି ଗାଁର ୩୮ ବର୍ଷୀୟା ବିବାହିତା ଅମଲାଙ୍କୁ ପ୍ରେମ କରୁଥିଲେ। ଏମାନଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଏମାନେ ଏକାଠି ରହିବା ସମ୍ଭବ ନ ହେବା ଜାଣି ଅମଲାଙ୍କ ସ୍ବାମୀ ଶୁକ୍ରବାର ନମାଜ ପଢିବାକୁ ଯିବା ସମୟରେ ବେନ୍ନି ନିଜ ଦେହରେ ଏକ ହାତ ତିଆରି ବୋମା ଲଗାଇ ଅମଲାଙ୍କ ପାଖେ ପହଞ୍ଚିଥିଲେ। ଏହାପରେ ସେ ଅମଲାଙ୍କୁ ଆଲିଙ୍ଗନ କରି ବୋମାଟିକୁ ବିସ୍ଫୋରଣ କରାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରେମି ଯୁଗଳଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ଘଟଣାର ଯାଞ୍ଚ ଆରମ୍ଭ କରିଛି।

Share