Categories: ଫୁରସତ

ପ୍ରେମିକାଙ୍କୁ ଏମିତି ଗିଫ୍ଟ ଦେଲେ ଯୁବକ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା ନିକଟରେ ପ୍ରେମ ପ୍ରକାଶ କରିବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମନ ଜିଣିବା ପାଇଁ ଏମିତି ଉପହାର ଦେଇଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବୁଥିବେ ଚକୋଲେଟ୍‌, ଦାମୀ ଗହଣା, ଡ୍ରେସ୍‌, ଗାଡ଼ି ଇତ୍ୟାଦି ଗିଫ୍ଟ କରିଥିବେ। କିନ୍ତୁ ନା ଏହି ଯୁବକ ଜଣକଙ୍କ ତାଙ୍କ ପ୍ରେମ ପ୍ରକାଶ କରିବା ପାଇଁ ସମୁଦ୍ରରୁ କିଛି ଅଂଶ କିଣି ପ୍ରେମିକାଙ୍କୁ ଦେଇଛନ୍ତି। ଯାହାର ମୂଲ୍ୟ ୬୮ ଲକ୍ଷ ୩୧ ହଜାର ଟଙ୍କା। ଏମିତି ଘଟଣା ଘଟିଛି ଚାଇନାରେ। ହୈଙ୍ଗ୍‌ ନାମକ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କ ପ୍ରେମିକାଙ୍କୁ ସମୁଦ୍ରରୁ କିଛି ଅଂଶ କିଣି ଦେଇଛନ୍ତି। ଯାହାର କ୍ଷେତ୍ରଫଳ ୨୧୦ ହେକ୍ଟର। ଏହି ଅଂଶଟି ଚାଇନାର ଶୈଂଡଙ୍ଗ୍‌ ନିକଟରେ ରହିଛି। ଏହି ଅଂଶଟି ମାଛଚାଷ କରିଥିବା ଏକ କମ୍ପାନୀର ଅଟେ। ଯୁବକ ଜଣକ ଏହାକୁ ଅନ୍‌ଲାଇନ୍‌ରେ କିଣିଥିଲେ। ଖୋଦ୍‌ ପ୍ରେମିକା ଜଣକ ସୋସିଆଲ ମିଡିଆରେ ଜଣାଇଛନ୍ତି ତାଙ୍କ ପ୍ରେମିକ ସମୁଦ୍ରରୁ କିଛି ଅଂଶ କିଣି ଦେଇଛନ୍ତି। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Share