ପ୍ରେମିକାଙ୍କୁ ମନେଇବା ପାଇଁ ଯୁବକ ଟାଣିଲେ ୨୧୮ ଟନ୍‌ ଓଜନର ଟ୍ରେନ୍‌

ବ୍ଲାଡ଼ିଭୋସ୍ତକ,୧୫।୧୨: ପ୍ରେମରେ ପଡ଼ିଲେ କେତେକ ଅତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବସନ୍ତି ବୋଲି କୁହାଯାଏ। ତାହାର ସଦ୍ୟତମ ଉଦାହରଣ ରୁଷିଆର ବ୍ଲାଡ଼ିଭୋସ୍ତକ ସହରରେ ଦେଖିବାକୁ ମିଳିଛି। ୩୪ ବର୍ଷ ବୟସ୍କ ଇଭାନ୍‌ ସୌକିନ୍‌ ନିଜ ପ୍ରେମିକାଙ୍କୁ ମନେଇବା ପାଇଁ ୨୧୮ ଟନ୍‌ ଓଜନର ଟ୍ରେନ୍‌କୁ ଟାଣିଛନ୍ତି। ଗତ ଏକ ବର୍ଷ ଧରି ସେ ଏଥିପାଇଁ ଅଭ୍ୟାସ ଜାରି ରଖିଥିଲେ। ଏବେ ସେ ୧୨ ହଜାର ଟନ୍‌ ଓଜନର ଜାହାଜକୁ ଟାଣିବା ଲାଗି ଯୋଜନା କରିଛନ୍ତି। ପ୍ରେମିକାଙ୍କୁ ବିବାହ କରିବା ପ୍ରସ୍ତାବ ଦେବା ପୂର୍ବରୁ ଇଭାନ୍‌ ଏଭଳି ନିଆରି ଢ଼ଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିବା ଲାଗି ସେ ଦିନ ରାତି ଅଭ୍ୟାସ କରୁଥିଲେ ବୋଲି କହିଛନ୍ତି।

Share