ପ୍ରେମିକା ଗାବ୍ରିଏଲା ଶେୟାର କଲେ ଅର୍ଜୁନଙ୍କ ସହ ପୁଅର ଫଟୋ

ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଏବେ ପ୍ରେମିକା ଗାବ୍ରିଏଲା ଗୁରୁବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅର୍ଜୁନ। ପୁଅର ପ୍ରଥମ ଝଲକ ଦେଖିବା ଲାଗି ଝିଅମାନଙ୍କ ସହ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ପୁଅକୁ କୋଳରେ ଧରିଥିବା ସମୟର ଏକ ଫଟୋ ଗାବ୍ରିଏଲା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଏହା ଏବେ ବେଶ ଭାଇରାଲ ହେଉଛି।

ତେବେ ଅର୍ଜୁନ ଗାବ୍ରିଏଲାଙ୍କୁ ଦୀର୍ଘ ଏକ ବର୍ଷରୁ ଅଧିକ ଧରି ଡେଟ କରୁଛନ୍ତି। ଉଭୟଙ୍କ ବିବାହ ହୋଇ ନ ଥିଲେ ହେଁ ଖୁବ୍‌ଶୀଘ୍ର ସେମାନେ ବିବାହ କରିବେ ବୋଲି କୁହାଯାଉଛି। ଅପରପକ୍ଷେ ଅର୍ଜୁନ ପୂର୍ବରୁ ବିବାହିତ। ତେବେ ସେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଉଭୟଙ୍କ ଦୁଇ ଝିଅ ମାହିକା ଏବଂ ମାୟରା ଅଛନ୍ତି।

Share