Categories: ଜାତୀୟ

ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହେଲେ ଯୁବକ

ଗୁଆହାଟି,୨୭।୧୧: ଆସାମର ଗୋଲପାଡାରେ ୩ ସଂଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏମାନେ ଆସାମ ଏବଂ ଦିଲ୍ଲୀରେ ଆକ୍ରମଣର ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ତେବେ ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ୨୪ ବର୍ଷୀୟ ଲୁଇତ୍‌ ଜମିଲ ଲୁଇନ୍‌ ଅଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କଲାବେଳେ ଏକ ସତ୍ୟ ଉନ୍ମୋଚନ ହୋଇଛି। ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହୋଇଥିବା ଲୁଇତ୍‌ ପୋଲିସ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ଲୁଇତ୍‌ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଲୁଇତ୍‌ଙ୍କ ସହ ବିବାହ ଦେବେ ନାହିଁ ବୋଲି ମନା କରିଦେଇଥିଲେ। ଏପରିକି ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ପଡୋଶୀ ମଧ୍ୟ ଯୁବତୀଙ୍କୁ ଲୁଇତ୍‌ଙ୍କ ସହ ନ ମିଶିବାକୁ ଧମକ ଦେଇଥିଲେ। ଫଳରେ ଲୁଇତ୍‌ ଏବଂ ଉକ୍ତ ଯୁବତୀଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଫଳରେ ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ହେବାକୁ ଶପଥ ନେଇଥିଲି ବୋଲି ଲୁଇତ୍‌ ପୋଲିସ ଆଗରେ କହିଛନ୍ତି। ସୋସିଆଲ ମିଡିଆ ଜରିଆରେ ସେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଆସିଲେ। ପ୍ରଥମେ ଆଇଡି ବିସ୍ଫୋଟକ ତିଆରି କରିବା ଶିଖିଥିଲେ ବୋଲି କହିଛନ୍ତି।

Share