ପ୍ରେମିକ ରୋହମନଙ୍କ ସହ ସୁଷ୍ମିତାଙ୍କ ବ୍ରେକ୍‌ଅପ୍‌ ଖବର ମିଥ୍ୟା

ମୁମ୍ବାଇ: ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍‌ ମଡେଲ ରୋହମନ ଶୋଲ୍‌ଙ୍କ ପ୍ରେମରେ। ହେଲେ କିଛିଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଏସବୁକୁ ମିଥ୍ୟା ବୋଲି କହିଛନ୍ତି ରୋହମନ। ସେ ନିଜ ଇନ୍‌ଷ୍ଟା ପୃଷ୍ଠାରେ ସୁଷ୍ମିତାଙ୍କ ସହ ସମ୍ପର୍କ ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ସୁଷ୍ମିତା ଓ ତାଙ୍କ ଝିଅ ରୈନୀଙ୍କର ଏକ ଭିଡିଓ ପୋଷ୍ଟ କରି ରୋହମନ ନିଜ ପ୍ରେମ ସମ୍ପର୍କ ପୂର୍ବଭଳି ମଜଭୂତ ଥିବା ସଙ୍କେତ ଦେଇଛନ୍ତି। ଏଥିସହ ସେ ସୁଷ୍ମିତାଙ୍କ ଏକ ଫଟୋରେ ମଧ୍ୟ ‘ମାଇଁ ବେବି ଏକ୍‌ ବେବି କେ ସାଥ୍‌’ ବୋଲି କମେଣ୍ଟ ଦେଇଛନ୍ତି।

Share