ପ୍ରେମୀକାଙ୍କ ସ୍କଟ ପିନ୍ଧା ପସନ୍ଦ ନ ଥିଲା ଏହି ସୁପରଷ୍ଟାରଙ୍କୁ

ମୁମ୍ବାଇ: ବଲିଉଡ୍‌ ଦୁନିଆର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆଜି ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଅଭିନୟ ଆଜିବି ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ। ୨୯ ଡିସେମ୍ବର ୧୯୪୨ରେ ଅମୃତସରରେ ଜନ୍ମ ନେଇଥିବା ରାଜେଶ ଖାନ୍ନାଙ୍କ ପ୍ରକୃତ ନାଁ ଥିଲା ଜତିନ ଖାନ୍ନା। ରାଜେଶଙ୍କ ଦାଦା ଚାହୁଁଥିରେ ସେ ଫିଲ୍ମରେ କାମ କରନ୍ତୁ ତେଣୁ ସେ ଫିଲ୍ମକୁ ଆସିବା ପୂର୍ବରୁ ଦାଦା ଜତିନଙ୍କ ନାଁ ପରିବର୍ତ୍ତନ କରି ରାଜେଶ ରଖିଦେଇଥିଲେ। ଆଉ ସେବେଠାରୁ ସେ ରଜେଶ ନାଁରେ ପରିଚିତ ହୋଇଥିଲେ। ରାଜେଶ ଖାନ୍ନା ବଲିଉଡ୍‌ର ଏକମାତ୍ର ଅଭିନେତା ଯିଏ ନିଜ କ୍ୟାରିୟର ପାଇଁ ଷ୍ଟ୍ରଗଲ କରୁଥିବା ବେଳେ ଅଡିଶନ ଦେବାକୁ ସ୍ପୋର୍ଟସ କାରରେ ଆସିଥିଲେ। ୭୦ ଦଶକରେ ଲଗାତାର ୧୫ ଟି ଫିଲ୍ମ ଭେଟିଦେଇ ସେ ବନି ଯାଇଥିଲେ ଆଗଧାଡିର ନାୟକ। ଏଥିମଧ୍ୟରୁ ଅନେକ ଫିଲ୍ମ ହିଟ୍‌ ମଧ୍ୟ ହୋଇଥିଲା। ଆରାଧନା, ଦୋ ରାସ୍ତେ, ଖାମୋସି, ସଚ୍ଚା ଝୁଠା, ଗୁଡ୍ଡି, କଟି ପତଙ୍ଗ, ଶଫର, ଅମର ପ୍ରେମ୍‌ ଆଦି ହିଟ୍‌ ଫିଲ୍ମ ଆଜିବି ଦର୍ଶକଙ୍କ ମନରେ ଅପାସୋରା ହୋଇ ରହିଛି। ଏବେବି ତାଙ୍କ ଫେମଶ୍‌ ଡାଏଲଗ ‘ପୁଷ୍ପା.. ଆଇ ହେଟ୍‌ ଟିୟର୍ସ’ ସେମିତି ଜୀବନ୍ତ ହୋଇ ରହିଛି। ରାଜେଶଙ୍କ ଦମ୍‌ଦାର ଅଭିନୟ ଯୋଗୁ ସେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାରର ଗୌରବ ମଧ୍ୟ ଅର୍ଜନ କରିଥିଲେ। ରାଜେଶଙ୍କ ପର୍ସନାଲ ଲାଇଫ କଥା ଯଦି ଚିନ୍ତା କରିବା ତେବେ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କ ସମ୍ପର୍କ ସେ ସମୟରେ ଖୁବ୍‌ ଚର୍ଚ୍ଚାରେ ଥିଲା। ବେଶ୍‌ କିଛିଦିନର ପ୍ରେମ ସମ୍ପର୍କ ପରେ ଉଭୟ ରିଲେସନଶିପରେ ରହିଥିଲେ। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏକ ସାକ୍ଷାତ୍‌କାରରେ ଅଞ୍ଜୁ କହିଥିଲେ ତାଙ୍କର ସ୍କଟ ପିନ୍ଧିବା ରାଜେଶଙ୍କୁ ଆଦୌ ପସନ୍ଦ ନୁହେଁ। ଏହା ବ୍ୟତୀତ ରାଜେଶ ବହୁତ ମୁଡ୍ଡି ହୋଇଥିବାରୁ ତାଙ୍କ ସହ ଜୀବନ କାଟିବା ଅସମ୍ଭବ। କାରଣ ରାଜେଶ ଛୋଟ ଛୋଟ କଥାରେ ବି ବହୁତ ରାଗିଯାଆନ୍ତି। ତେଣୁ ସେ ରାଜେଶଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଦୀର୍ଘ ୭ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ଅଲଗା ହୋଇଯିବାରୁ ରାଜେଶ ତୁରନ୍ତ ବଲିଉଡ୍‌ ନାୟିକା ଡିମ୍ପଲ କାପାଡିଆଙ୍କୁ ବିବାହ କରିଥିଲେ ବୋଲି କୁହାଯାଏ।

Share