ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର

ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ଉକ୍ତ ଗ୍ରାମର ନୂର୍ତ୍ତନ ନାୟକ(୨୬) ଓ ପ୍ରେମିକା ସବନମ୍‌ ବେଗମ(୧୯)। ଝିଅଘର ଲୋକେ ପୁଅକୁ ମାରିଦେଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ନୂର୍ତ୍ତନ ଓ ସବନମ୍‌ଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ରହିଥିଲା। ନୂର୍ତ୍ତନ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ଅଛି। ସେହିପରି ସବନମ୍‌ଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ଚଳିତ ବର୍ଷ ତାଙ୍କର ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସେମାନେ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ସମ୍ପର୍କକୁ ଉଭୟ ପରିବାର ପକ୍ଷରୁ ସ୍ବୀକୃତି ମିଳି ନ ଥିଲା। ତେଣୁ ସେମାନେ ଗୁରୁବାର ଆତ୍ମହତ୍ୟା କରିଥିବା କୁହାଯାଉଛି। ଅଭିଯୋଗ ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share