Categories: ଫୁରସତ

ପ୍ରେମୀଯୁଗଳଙ୍କ ବିଚ୍ଛେଦ ପାଇଁ ଏହି ମନ୍ଦିରରେ ହୁଏ ପୂଜା…

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି ପୂଜା କରାଯାଇଥାଏ । ସେଥିପାଇଁ ଏଠାରେ ଭୟରେ କୌଣସି ପ୍ରେମୀଯୁଗଳ ପାଦ ପକାଇ ନ ଥାନ୍ତି। ପରିବାରର ଇଛା ବିରୋଧରେ ପ୍ରେମ ବିବାହ କରିବାକୁ ଜିଦ୍‌ ଧରିଥିବା ଯୁବତୀ ଯୁବକଙ୍କ ସମ୍ପର୍କୀୟ ମନ୍ଦିରରେ ଆସି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ପୂଜା ପରେ ଆଶ୍ଚର୍ଯ୍ୟ ଭାବେ ଯୁବତୀ ଯୁବକମାନେ ନିଜ ଜିଦ୍‌ରୁ ଓହରି ଆସି ପରିବାର ଇଛାନୁସାରେ ବିବାହ କରୁଥିବା ସ୍ଥାନୀୟ ଲୋକେ କୁହନ୍ତି। ପ୍ରତି ମଙ୍ଗଳବାର ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜା କରାଯାଇଥାଏ।

Share