ପ୍ରେମୀଯୁଗଳ କାହିଁକି ପାଳନ କରିଥାନ୍ତି’ ଚକୋଲେଟ୍‌ ଡେ’

ଫେବୃୟାରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ଖାସ୍‌। କାରଣ ଏହି ମାସରେ ପ୍ରେମୀଯୁଗଳଙ୍କ ଉପରେ ଖାଲି ପ୍ରେମର ବର୍ଷା ହିଁ ବର୍ଷା ହୋଇଥାଏ। ବିଶେଷକରି ପ୍ରେମକୁ ସ୍ମରଣୀୟ ତଥା ଉଜ୍ଜୀବିତ କରିବା ପାଇଁ ଯୁବବର୍ଗ ଏହାକୁ ସପ୍ତାହେ ଧରି ପାଳନ କରିଥାନ୍ତି। ବର୍ତ୍ତମାନ ଚାଲିଛି ଏହି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ । ଏହା ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ଆରମ୍ଭ ହୋଇ ୧୪ ପର୍ଯ୍ୟନ୍ତ ଚାଲେ।

ପାର୍ଟନରମାନେ ଏହା ପୂର୍ବରୁ ରୋଜ୍‌ ଡେ’, ପ୍ରପୋଜ୍‌ ଡେ’ ପାଳନ କରିସାରିଥିବା ବେଳେ ପ୍ରେମ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍‌ ଡେ’ ଭାବେ ପାଳନ କରିଥାନ୍ତି। ପ୍ରେମ ପାଇଁ ଏହା ଏକ ଗୋଲ୍‌ଡେନ୍‌ ଚାନ୍ସ। ଏହି ସୁଯୋଗରେ ଚକୋଲେଟ୍‌ ଦେଇ ସାଥୀଙ୍କ ମନ କିଣିବା ସହ ହୃଦୟର କଥା ପରିପ୍ରକାଶ କରିହୁଏ। ଚକୋଲେଟ୍‌ ଖାଇ ପାଟି ମିଠା କରିବା ସହିତ ଜୀବନ ମଧୁମୟ ହେବା ବିଶ୍ୱାସ ନେଇ ପରସ୍ପରକୁ ଚକୋଲେଟ୍‌ ପ୍ରଦାନ କରିଥାନ୍ତି।

ଏଥିସହିତ ବିଭିନ୍ନ ଉପହାର ମଧ୍ୟ ଦେଇଥାନ୍ତି। ବଜାରରେ ମିଳୁଥିବା ଚକୋଲେଟ୍‌ ଦେବା ଅପେକ୍ଷା ସାଥୀଙ୍କୁ ହାତ ତିଆରି ଚକୋଲେଟ୍‌ ଦେଲେ ସେ ଆହୁରି ଖୁସି ହୋଇଯିବେ। ଘରେ ଚକୋଲେଟ୍‌ ତିଆରି କରିବା ଅତି ସହଜ। ୟୁଟ୍ୟୁବ୍‌ ଦେଖି ଖୁବ୍‌ କମ୍‌ ସମୟ ଏବଂ ଅଳ୍ପ ଖର୍ଚ୍ଚରେ ଚକୋଲେଟ୍‌ ପ୍ରସ୍ତୁତ କରିପାରିବେ।

Share