ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ସୁନ୍ଦର ଅଭିନୟ ଯୋଗୁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏଥିପାଇଁ ଜାତୀୟ ପୁରସ୍କାର ପାଇଥିବା ରବୀନାଙ୍କର ଆଜି ଅର୍ଥାତ୍‌ ଶନିବାର ଜନ୍ମଦିନ। ୨୬ ଅକ୍ଟୋବର ୧୯୭୪ରେ ଜନ୍ମଗ୍ରହଣ କରିଥିବା ସମ୍ପୃକ୍ତା ଅଭିନେତ୍ରୀ ବଲିଉଡ୍‌ରେ ୨୭ ବର୍ଷରୁ ଊର୍ଦ୍ଧ୍ୱ ହେବ କାମ କରିସାରିଛନ୍ତି।
ସମୟ ଥିଲା, ରବୀନାଙ୍କ ନାମ ଅଜୟ ଦେବଗନ୍‌ଙ୍କ ସହ ଯୋଡା ଯାଉଥିଲା। ଏପରି କି ସେ ଅଜୟଙ୍କ ପାଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଶୁଣିବାକୁ ମିଳିଥିଲା। କୁହାଯାଏ, ଅଜୟ ଏବଂ ରବୀନା ‘ଦିଲ୍‌ଓ୍ବାଲେ’ରେ କାମ କରିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମାତ୍ର ପରେ ଅଜୟ ରବୀନାଙ୍କୁ ଛାଡ଼ି କରିସ୍ମାଙ୍କ ପ୍ରେମରେ ପଡ଼ିଥିଲେ। ଏ ନେଇ ରବୀନା ଡିପ୍ରେସନ୍‌ରେ ଚାଲି ଯାଇଥିଲେ। ତେଣୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଏ ଖବରକୁ ଅଜୟ ଖଣ୍ଡନ କରିଥିଲେ। ରବୀନାଙ୍କ ଆତ୍ମହତ୍ୟା ପଦକ୍ଷେପ କେବଳ ପବ୍ଲିସିଟି ପାଇଁ। ଲୋଇମ୍‌ଲାଇଟ୍‌କୁ ଆସିବା ପାଇଁ ସେ ଏପରି କରିଥିବା ଏକ ସାକ୍ଷାତ୍‌କାରରେ ଅଜୟ କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ରବୀନା ନା ତାଙ୍କର ବନ୍ଧୁଥିଲେ ନା ସେ କେବେ ତାଙ୍କୁ ଭଲ ପାଇଛନ୍ତି। ଏହି ସମୟରେ ରବୀନାଙ୍କୁ ଫିଲ୍ମ ‘ମୋହରା’ରେ ଅକ୍ଷୟ କୁମାରଙ୍କ ସହ କାମ କରିବାର ସୁଯୋଗ ମିଳିଲା। ଏଣୁ ସେ ଅକ୍ଷୟଙ୍କ ପ୍ରେମରେ ପଡ଼ିଥିଲେ। ଏହା ପରେ ସେ ଅଜୟଙ୍କୁ ଭୁଲି ଯାଇଥିଲେ ବୋଲି କୁହାଯାଏ।

Share