Categories: ଫୁରସତ

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲେ। ସହଯୋଗୀରୁ ଇଲାରିଆ ଅଲବର୍ଟୋଙ୍କ ଗର୍ଲଫ୍ରେଣ୍ଡ ହୋଇଗଲେ। ଦୁହେଁ ମିଶି ବିଭିନ୍ନ ସ୍ଥାନରେ ଭାମ୍ପାୟର ହରର ଶୋ’ କଲେ। ସେଥିରେ ସେମାନେ ଭାମ୍ପାୟର ଭଳି ବେଶ ହୋଇ ଲୋକଙ୍କୁ ବହୁତ ଡରାନ୍ତି। ତେବେ ସେମାନେ କେବଳ ଷ୍ଟେଜ୍‌ରେ ଭାମ୍ପାୟର ସାଜନ୍ତି ନାହିଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ବି ଭାମ୍ପାୟର ଭଳି ବିତାନ୍ତି। ଅର୍ଥାତ୍‌ ଘରେ ବି ସେମାନେ ଭାମ୍ପାୟର୍‌ ଭଳି ରହିବା ସହ ଦୁହେଁ ଦୁହିଁଙ୍କର ରକ୍ତ ପିଅନ୍ତି। ଯଦିଓ ଭାମ୍ପାୟର ଭଳି ବେକକୁ ଦାନ୍ତରେ କାମୁଡି ସେମାନେ ରକ୍ତ ପିଅନ୍ତି ନାହିଁ। ପ୍ରତିଦିନ ସେମାନେ ଉଭୟେ ଉଭୟଙ୍କ ହାତରୁ ସିରିଞ୍ଜରେ ରକ୍ତ ବାହାରକରି ପିଅନ୍ତି। ଇଲାରିଆ ଅଲବର୍ଟୋଙ୍କର ଅଧିକ ରକ୍ତ ପିଅନ୍ତି। କିନ୍ତୁ ଅଲବର୍ଟୋ ଇଲାରିଆଙ୍କ କମ୍‌ ରକ୍ତ ପିଅନ୍ତି। କାରଣ ସେ ଭୟ କରନ୍ତି ଇଲାରିଆଙ୍କଠାରୁ ଅଧିକ ରକ୍ତ ନେଲେ ତାଙ୍କ ଗର୍ଜିୟସ୍‌ ଶରୀରରେ ଚିହ୍ନ ହେବା ସହ ଶରୀର ଦୁର୍ବଳ ହୋଇଯିବ। ତେବେ ଦୁହିଙ୍କ ମତରେ ରକ୍ତ ପିଇବା ଦ୍ୱାରା ସେମାନଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ।

Share