Categories: ଜାତୀୟ

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ

ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ତରନତାରନର ନୌଶେରା ଢାଲା ନିବାସୀ ଅମନଦୀପ ସିଂ ନିଜ ଗ୍ରାମର ଅମନପ୍ରୀତ କୌରଙ୍କୁ ପ୍ରେମ କରି ବସିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହା ସପକ୍ଷରେ ନ ଥିଲେ। ଏହା ସତ୍ତ୍ୱେ ୪ ମାସ ତଳେ ପରିବାର ବିରୋଧରେ ଯାଇ ଉଭୟେ ଘରୁ ପଳାଇ ବିବାହ କରିଥିଲେ। ଶନିବାର ଉଭୟେ ଗାଁ ଫେରିବାରୁ ଅମନପ୍ରୀତଙ୍କ ପରିବାର ଲୋକେ ଝିଅ-ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଅମନଦୀପଙ୍କ ମୃତ୍ୟୁ ହୋଇଥିବାବେଳେ ଅମନପ୍ରୀତଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share