ପ୍ରେମ ବିବାହ ପରେ ବି ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ ଜୁହି ପରମାର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୦ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌ ମ୍ୟାରେଜ୍‌ ପରେ ବି ତାଙ୍କ ସ୍ତ୍ରୀ ଛୋଟ ପରଦାର ସୁନ୍ଦରୀ ନାୟିକା ଜୁହି ପରମାର ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ। ସଚିନ ଏନେଇ ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ ଦାଖଲ କରିଥିଲେ। ଜୁହି-ସଚିନ ୨୦୦୯ରେ ବିବାହ କରିଥିଲେ। ୨୦୧୩ରେ ସେମାନଙ୍କର ଏକକନ୍ୟା ସନ୍ତାନ ସାମାଇରା ଜନ୍ମ ହୋଇଥିଲେ। ହଠାତ୍‌ ଉଭୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବା ଆରମ୍ଭ କରିଥିଲା। ପରେ ଫ୍ୟାମିଲ୍‌ କୋର୍ଟର ନିଷ୍ପତ୍ତି କ୍ରମେ ଉଭୟ ୨୦୧୮ ଜୁନ୍‌ ୨୫ଠାରୁ ଛାଡପତ୍ର ପାଇ ଅଲଗା ଅଲଗା ରହୁଛନ୍ତି। ଦୁହିଁଙ୍କ ପ୍ରେମ କାହାଣୀ ଛୋଟ ପରଦାରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ସେମାନଙ୍କ ଛାଡପତ୍ର ମାମଲା। ପରସ୍ପର ଉଭୟଙ୍କ ଉପରେ ଆଣିଥିବା ଅଭିଯୋଗ ସେମାନଙ୍କର ଲଭ୍‌ ମ୍ୟାରେଜ୍‌ ପ୍ରତି ପ୍ରଶ୍ନ ସୃଷ୍ଟି କରିଥିଲା।

Share