ମୁମ୍ବାଇ,୧୬।୧୦: ବଲିଉଡ୍ ଡ୍ରିମ୍ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ତାମିଲ୍ ଫିଲ୍ମ ନିର୍ଦ୍ଦେଶକ ସି.ବି ଶ୍ରୀଧର ରିଜେକ୍ଟ କରିଦେଇଥିଲେ। ତେବେ ୧୯୬୫ରେ ପାଣ୍ଡବା ବନବାସମ୍ରେ ତାଙ୍କୁ ଏକ ଛୋଟ ରୋଲ୍ ମିଳିଥିଲା। ଏହାପରେ ୧୯୬୮ରେ ସେ ରାଜକପୁରଙ୍କ ସହିତ ସପନୋ କା ସୌଦାଗର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ହେମା ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ। ଧମେନ୍ଦ୍ର ପଞ୍ଜାବୀ ଥିଲେ। ତେବେ ଦୁହେଁ ବିବାହ ଳାଗି ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ହେମା ନିଜ ନାମ ଆୟେଶା ବିବି ରଖିଥିଲେ। ସେହିପରି ଧର୍ମେନ୍ଦ୍ର ନିଜ ନାମ ଦିଲାବର ଖାଁ ରଖିଥିଲେ। ହେମାଙ୍କୁ ବିବାହ କରିବା ସମୟରେ ଧର୍ମେନ୍ଦ୍ରଙ୍କର ୪ ସନ୍ତାନ ଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌର ପିଲାମାନଙ୍କ ଲାଳନପାଳନ ଦାୟିତ୍ୱ ଗ୍ରହଣ କରିଥିଲେ।