ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଦୁଇଜଣଯାକ ଏକ ବୃଦ୍ଧାଶ୍ରମରେ ରହୁଥିବାବେଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ୧୦୦ ବର୍ଷୀୟ ବୃଦ୍ଧ ଜନ୍ ଏବଂ ୧୦୨ ବର୍ଷୀୟା ବୃଦ୍ଧା ଫିଲିସଙ୍କ ବର୍ଷକ ତଳେ ବୃଦ୍ଧାଶ୍ରମର ଏକ କାର୍ଯ୍ୟକ୍ରମରେ ସାକ୍ଷାତ ହୋଇଥିଲା। ଏହି କାର୍ଯ୍ୟକ୍ରମରୁ ବନ୍ଧୁତା ସୃଷ୍ଟି ହୋଇଥିଲା। ଏହା ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା। ଶେଷରେ ଦୁଇ ବୃଦ୍ଧାବୃଦ୍ଧ ପରିଣତ ବୟସରେ ପ୍ରେମକୁ ସାକାର କରିବାକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।