ପ୍ରେମ ସପ୍ତାହରେ ଭାଙ୍ଗିଲା ସନାଙ୍କ ମନ: ମେଲଭିନ୍‌ଙ୍କଠାରୁ ଅଲଗା ହେଲେ

ବମ୍ବେ: ଚାରିଆଡ଼େ ପ୍ରେମ ସପ୍ତାହକୁ ନେଇ କ୍ରେଜ୍‌ ଥିବା ବେଳେ ପସନ୍ଦର ସାଥୀଙ୍କୁ ମନକଥା କହୁଛନ୍ତି ପ୍ରେମୀଯୁଗଳ। ହେଲେ ପ୍ରେମଦିବସ ଆସିବା ପୂର୍ବରୁ ଅଭିନେତ୍ରୀ ସନା ଖାଁଙ୍କ ହୃଦୟ ଭାଙ୍ଗିଛି। କହିବାର ତାତ୍ପର୍ଯ୍ୟ, ସେ ପ୍ରେମିକ ମେଲଭିନ୍‌ ଲୁଇସ୍‌ଙ୍କଠାରୁ ଅଲଗା ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ କରି ମେଲଭିନ୍‌ଙ୍କଠାରୁ ବିଚ୍ଛିନ୍ନ ହେବାର କାରଣ ସେ କହିଛନ୍ତି।

ସନା କହିଛନ୍ତି, ମୋ ଜୀବନରେ ଏସବୁ ପ୍ରଥମ ଥର ହେଉଛି। ଏଣୁ ସତ କହିବାକୁ ବହୁତ ଶକ୍ତି ଯୋଗାଡ଼ କରିବାକୁ ପଡ଼ିଲା। କାରଣ ଆମ ସମ୍ପର୍କକୁ ନେଇ ଅନେକ ଲୋକ ବିଶ୍ୱାସ କରୁଥିଲେ। ଭଲପାଇବା ଓ ସମ୍ମାନ ଦେଉଥିଲେ। ହେଲେ ମୋତେ ଯାହା ଦରକାର ତାହା ମିଳିଲା ନାହିଁ। ଯାହାକୁ ଭଲପାଉଥିଲି, ସେ ବହୁତ ଖରାପ। ଏହା ଜାଣିବାକୁ ବର୍ଷେ ଲାଗିଗଲା। ଆଖି ବୁଜି ବିଶ୍ୱାସ କରିବାର ଏହା ପରିଣାମ ବୋଧହୁଏ। ସେ ବହୁତ ମିଛୁଆ, ବେଇମାନ। ମୋ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଲୋକପ୍ରିୟତା କାରଣରୁ ତାଙ୍କ ପାଇଁ ଏସବୁ ସ୍ବାଭାବିକ କଥା। ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଥିଲି। ହେଲେ ଏବେ କୌଣସି ପୁରୁଷ ଉପରେ ଆଉ ବିଶ୍ୱାସ କରିହେବ ନାହିଁ ବୋଲି ସନା କହିଛନ୍ତି।

Share