ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ କ୍ରିକେଟର ଭାବେ ସେ ଭାରତକୁ ଅନେକ ସିରିଜ୍ ଜିତାଇଥିଲେ। କ୍ରିକେଟରୁ ଅବସର ନେବା ପରେ କମେଣ୍ଟଟେଟର, ଟିମ୍ ମ୍ୟାନେଜର୍ ଏବଂ କୋଚ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ରବି ଶାସ୍ତ୍ରୀ ତାଙ୍କ ସମୟରେ ସବୁଠୁ ହ୍ୟାଣ୍ଡସମ କ୍ରିକେଟର ଥିଲେ। ତାଙ୍କର ମହିଳା ଫ୍ୟାନ, ଫଲୋଇଙ୍ଗ ମଧ୍ୟ କମ ନଥିଲେ। ବିବାହ ପୂର୍ବରୁ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସମ୍ବନ୍ଧରେ ଚର୍ଚ୍ଚା ମଧ୍ୟ ବହୁତ ହୋଇଥିଲାମ୍। ଅମୃତା ସିଂହ ମଧ୍ୟ ରବି ଶାସ୍ତ୍ରୀଙ୍କ ମ୍ୟାଚ ଦେଖିବା ପାଇଁ ଯାଉଥିଲେ। ସେଠାରେ ତାଙ୍କର ସବୁ ଚୌକା ଏବଂ ଛକାରେ ସେ ଜୋରଦାର ତାଳି ମାରୁଥିଲେ। ଏକ ମାଗାଜିନରେ ଅମୃତାଙ୍କ ସହ ରବି ଶାସ୍ତ୍ରୀଙ୍କ ପ୍ରକାଶ ପାଇଥିବା ଫଟୋକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏପରିକି ଏହା ମଧ୍ୟ ପ୍ରଚାର ହୋଇଥିଲା ଯେ ଦୁହେଁ ନିର୍ବନ୍ଧ କରିସାରିଛନ୍ତି ଏବଂ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମାତ୍ର ତାହା ଭୁଲ ପ୍ରମାଣିତ ହୋଇଥିଲା । ୧୯୯୦ମସିହାରେ ରିତୁ ସିଂହଙ୍କ ସହ ବିବାହ କରିଥିଲେ ରବି ଶାସ୍ତ୍ରୀ। ଆର୍ମି ଅଫିସରଙ୍କ ଝିଅ ରିତୁ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ଏବେ ତାଙ୍କଠାରୁ ୨୦ ବର୍ଷ ସାନ ଅଭିନେତ୍ରୀ ନିରମତ କୌରଙ୍କ ସହ ତାଙ୍କ ନାମ ଯୋଡାଯାଉଛି।