Categories: ଖେଳ

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କେ.ଏଲ ରାହୁଲ

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଖେଳାଳି କେ.ଏଲ ରାହୁଲ କ୍ରିକେଟ ଅପେକ୍ଷା ନିଜ ପ୍ରେମକ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡାଯାଇଛି। ନିକଟରେ ତାଙ୍କ ନାମ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କ ସହ ଯୋଡା ଯାଇଥିଲା। କିନ୍ତୁ ଆଥିଆଙ୍କ ବନ୍ଧୁ ଆକାଂକ୍ଷା ରଞ୍ଜନ କପୁରଙ୍କୁ ଡେଟ୍‌ କରୁଥିବା କଥା ମଧ୍ୟ ଗଣାମାଧ୍ୟମରେ ଉଠିଥିଲା। ଯାହାକୁ ଖଣ୍ଡନ କରିଛନ୍ତି ରାହୁଲ। ସେ କହିଛନ୍ତି,ମୁଁ ଖବର କାଗଜ ପଢେ ନାହିଁ, ତେଣୁ ଜାଣିନାହିଁ କିଏ କ’ଣ ଲେଖୁଛି। ବାସ୍‌ ଏତିକି କହିଛି ମୋ ଧ୍ୟାନ ଏବେ କେବଳ କ୍ରିକେଟ। ଯେବେ ମୁଁ ବିବାହ କରିବି ତେବେ ସମସ୍ତଙ୍କୁ ଜଣାଇବି ବୋଲି ସେ କହିଛନ୍ତି।

Share