ପ୍ରୋଗ୍ରାମ ଅଧିକାରୀ ବହିଷ୍କୃତ

ନୟାଗଡ଼ ଅଫିସ,୧୬।୧୧: ନୟାଗଡ଼ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରୋଗ୍ରାମ ଅଧିକାରୀ ଚୂଡ଼ାମଣି ମୁର୍ମୁଙ୍କୁ ବିଭାଗୀୟ ପ୍ରମୁଖ ସଚିବ ବହିଷ୍କୃତ କରିଛନ୍ତି। ଗତ ୬ ତାରିଖରେ ବହିଷ୍କୃତ କରାଯାଇଥିବା ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀ ଭୁଲେଶ୍ୱର କଅଁର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଚୂଡ଼ାମଣି କାର୍ଯ୍ୟାଳୟରେ ପ୍ରୋଗ୍ରାମ ଅଫିସର ଥିବା ସହିତ ଓଡ଼ଗାଁ ବ୍ଲକର ସିଡିପିଓ ଭାବେ ଦାୟିତ୍ୱରେ ଥିଲେ। କିଛିବର୍ଷ ତଳେ ସେ ଢେଙ୍କାନାଳ ଜିଲା କଙ୍କଡାହାଡରେ କାର୍ଯ୍ୟ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହି କାରଣରୁ ଚୂଡ଼ାମଣିଙ୍କୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି।

Share