Categories: ଜାତୀୟ

ପ୍ରୋଟକଲ ଭାଙ୍ଗି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ଅହମଦାବାଦ,୨୪।୨: ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଅଭିମୁଖେ ଦୀର୍ଘ ୨୨ କିଲୋମିଟର ରୋଡ ଶୋ’ କରିବେ। ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ଉଭୟ ନେତା ସମ୍ବୋଧନ କରିବେ।

Share