Categories: ବାଣିଜ୍ୟ

ପ୍ରୋତ୍ସାହନ ଲୋଡିଲା ଶିଳ୍ପ ଜଗତ

ମୁମ୍ବାଇ,୨୩-୩: ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ୍‌ କରିବା ଲାଗି ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଲୋଡାଯାଇଛି। ସେହିଭଳି ଋଣ ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ବୃଦ୍ଧି ଉପରେ ମଧ୍ୟ ଶିଳ୍ପ ଜଗତ ଜୋର ଦେଇଛି। ଋଣ ପଇଠ କ୍ଷେତ୍ରରେ ବର୍ଷେ ପର୍ଯ୍ୟନ୍ତ ମୋରାଟୋରିୟମ ବୃଦ୍ଧି, ଟିକସ ହ୍ରାସ ନେଇ ଇଣ୍ଡିଆ ଇଙ୍କ୍‌ ଦାବି କରିଛି। ଆଧାର ଭିତ୍ତିକ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ପ୍ରୋତ୍ସାହନ ସରକାର ପ୍ରଦାନ କରନ୍ତୁ ବୋଲି ଇଣ୍ଡିଆ ଇଙ୍କ ମତ ରଖିଛି। ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୪.୭%କୁ ଖସି ଆସିଛି। କରୋନା ଯୋଗୁ ଦେଶର ବିକାଶ ହାର ପୁଣିଥରେ ହ୍ରାସ ଘଟିବ। ସରକାର ତ୍ୱରିତ ଭାବେ କୌଣସି ପଦକ୍ଷେପ ନ ନେଲେ ଅଭିବୃଦ୍ଧି ୨୦୨୧ରେ ୫%ରୁ ନିମ୍ନକୁ ଚାଲିଯିବ ବୋଲି କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ପକ୍ଷରୁ କୁହାଯାଇଛି। ଏବେ ଋଣ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ସମସ୍ୟା ସାମ୍ନା କରୁଥିବା କରୋନା ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଏହା ଦେଶର ବିକାଶର ଗତିରୋଧ କରିଥିବା ଶିଳ୍ପସଂଘ ଆସୋଚାମ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଯୋଗେ କୁହାଯାଇଛି।

Share